ଆସୁଛି କରୋନା ର ନୂଆ ରୂପ omicron virus !!! Covishield ଓ Covaxin ଟୀକା ନେଇଥିବା ବ୍ୟକ୍ତି କ’ଣ ସୁରକ୍ଷିତ ?
1 min read
ବିଶ୍ବରେ ସମସ୍ତ ଦେଶରେ ଦୀର୍ଘ ଦେଢ଼ ବର୍ଷ ହେବ କୋଭିଡ୍ ମହାମାରୀ ବ୍ୟାପି ରହିଛି। ୨୦୨୦ ମସିହାରେ ପ୍ରଥମ ଲକଡାଉନ୍ ପରେ କିଛି ମାସ ପାଇଁ ସ୍ଥିତି ସୁଧୁରିଥିଲା। କିନ୍ତୁ ୨୦୨୧ ମସିହାରେ ପୁଣିଥରେ ସଂକ୍ରମଣ ବଢି ଆଉଥରେ ସମାନ ପରିସ୍ଥିତି ହେବାରୁ ଲକଡାଉନ୍ ହୋଇ ଥିଲା। ତେବେ ବର୍ତମାନ ଧୀରେ ଧୀରେ ସଂକ୍ରମଣ ହାର କମି ସମସ୍ତେ ଧୀରେ ଧୀରେ ଅଗ୍ରଗତି କରୁଥିବା ସମୟରେ ଚିହ୍ନଟ ହୋଇଛି ନୂଆ ଭୁତାଣୁ। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି “ଓମିକ୍ରନ୍”ନାମକ ନୂଆ ଭୁତାଣୁ।
ଏହି ଭୂତାଣୁକୁ ‘ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣ’ ବୋଲି ଦର୍ଶାଇବା ସହ ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। କରୋନାର ଏହି ନୂଆ ପ୍ରଜାତି ୟୁରୋପକୁ ବ୍ୟାପି ବେଲ୍ଜିୟମରେ ପ୍ରଥମ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ। ନୂଆ ଭାରିଆଣ୍ଟ ଥିବା ଦେଶରୁ ଯାତ୍ରୀ ଆସିଲେ କୋଭିଡ ଟେଷ୍ଟ ହେବ। ପଜିଟିଭ୍ ଆସିଲେ, ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ। ବିଦେଶ ଫେରନ୍ତାମାନେ ୧୦ ଦିନ ସଙ୍ଗରୋଧରେ ରହିବେ।
ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାସହ ସ୍କୁଲ, କଲେଜ ଓ ହଷ୍ଟେଲ ଉପରେ କଡା ନଜର ରଖିବାକୁ ଓ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଏନେଇ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। ସର୍ତକ ରହି ଜିଲ୍ଲା ସ୍ତରରେ ସଚେତନତା ସୁନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି ।
ଓମିକ୍ରନ୍ ଭ୍ୟାରିଏଣ୍ଟ ବିରୋଧରେ କାମ କରିବ ତ କୋଭିସିଲ୍ଡ ଓ କୋଭାକ୍ସିନ୍ ! ଜାଣନ୍ତୁ କ’ଣ କହିଲା ICMR ।।
ସାରା ବିଶ୍ବରେ ଭୟଙ୍କର ରୋଗ କରୋନା ବିଷୟରେ ସବୁ ଜାଣିଥିବେ । ଏହି କରୋନା ସବୁ ଲୋକଙ୍କୁ ବହୁତ ହଇରାଣ କରିଛି । କାହା ଠାରୁ ତା ମା, କାହାଠାରୁ ତା ବାପା, ତ ଆଉ କାହାଠାରୁ ଛୁଆ ସମସ୍ତଙ୍କୁ ଛଡେଇ ନେଇଛି । କେତେ ଯେ ଶିଶୁ ଅନାଥ ହୋଇଛନ୍ତି ତାହାର ହିସାବ ନାହିଁ । କରୋନା ପାଇଁ ସବୁ ଦେଶର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଇଛି । ଏବେ କରୋନାର ଆଉ ଏକ ନୂଆ ରୂପ ଆସିଲାଣି । ଯାହା ଅତ୍ୟନ୍ତ ମାରାତ୍ମକ ଅଟେ । ଆସନ୍ତୁ ଜାଣିବା ଏହା ବିଷୟରେ ।ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍ର ପୁଣି ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି।
ଏହି ଭ୍ୟାରିଏଣ୍ଟ ପୂର୍ବ ସବୁ ଭ୍ୟାରିଏଣ୍ଟ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବୋଲି ଏକ୍ସପର୍ଟମାନେ ପୂର୍ବରୁ କହିସାରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ର ଭୟାବହତା ବିଷୟରେ ସୂଚନା ଦିଆଯାଇଛି।
ଏକ୍ସପର୍ଟମାନେ କହୁଛନ୍ତି ଯେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଖୁବ୍ ଦ୍ରୁତ ଗତିରେ ବ୍ୟାପିବ ଓ ପୂର୍ବ ତୁଳନାରେ ଏହା ଅଧିକ ଭୟଙ୍କର ହେବ। ମଣିଷ ଶରୀରରେ ଏହି ଭାଇରସ୍ କ’ଣ ଯେ କ୍ଷତି କରିବ ତାହା ଏବେ ଠୁ କହିବା ବି ଅସମ୍ଭବ। କିନ୍ତୁ ଏହା ଅଧିକ ବିପଦପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ।ତେବେ ଇତି ମଧ୍ୟରେ ପ୍ରଶ୍ନ ଆସୁଛି ଯେ ଆମେ ପୂର୍ବରୁ ନେଇଥିବା ଟିକା ଏହି ଭ୍ୟାରିଏଣ୍ଟକୁ କେମିତି ସାମ୍ନା କରିବ। ଓମିକ୍ରନ୍କୁ କ’ଣ ମାତ୍ ଦେଇପାରିବ ସ୍ୱଦେଶୀ ଟିକା କୋଭାକ୍ସିନ୍ ଓ କୋଭିସିଲ୍ଡ?
ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। ତେବେ ନିକଟରେ ଏକ୍ସପର୍ଟ ଏହାର ଖୁଲାସା କରିଛନ୍ତି। ଏକ୍ସପର୍ଟମାନେ କହିଛନ୍ତି, କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ବିରୋଧରେ କେମିତି କାମ ଦେବ।ଏକ୍ସପର୍ଟଙ୍କ କହିବାନୁସାରେ, ଏହି ଭାଇରସ୍ ଅନ୍ୟ ଭ୍ୟାରିଏଣ୍ଟ ଡେଲ୍ଟା ଓ ଡେଲ୍ଟା ପ୍ଲସ୍ ତୁଳନାରେ ଅଧିକ ସଂକ୍ରମକ ଓ ବିପଦପୂର୍ଣ୍ଣ ହେବ।
ଆଇସିଏମ୍ଆରର ମହାମାରୀ ବିଜ୍ଞାନ ଓ ସଞ୍ଚାର ରୋଗ ବିଭାଗର ମୁଖ୍ୟ ଡା.ସମୀରନ୍ ପଣ୍ଡା କହିଛନ୍ତି, କରୋନା ଭାଇରସ୍ ବିରୋଧରେ ଟିକା କେତେ ପ୍ରଭାବଶାଳୀ ହେବ, ତାହା ଏବେ କହିବା କଷ୍ଟକର।ସମୀରନ୍ କହିଛନ୍ତି, ଏମ୍ଆର୍ଏନ୍ଏ ଟିକା ସ୍ପାଇକ୍ ପ୍ରୋଟିନ୍ ଓ ରିସେପ୍ଟର ଇଣ୍ଟରାକ୍ସନ୍ରେ ତିଆରି ହୋଇଛି। ଏହି ଟିକା ସେତେବେଳର କରୋନା ଭ୍ୟାରିଏଣ୍ଟକୁ ଦେଖି ନିର୍ମାଣ କରାଯାଇଥିଲା। କିନ୍ତୁ ଓମିକ୍ରନ୍ ଏକ ନୂଆ ଭ୍ୟାରିଏଣ୍ଟ। ଏଣୁ ଏବେ ଏନେଇ କିଛି କହିବା ମୁସ୍କିଲ। ଏହି ଭ୍ୟାରିଏଣ୍ଟକୁ ମାତ୍ ଦେବାରେ କୋଭିସିଲ୍ଡ ଓ କୋଭାକ୍ସିନ୍ କେତେ ପ୍ରତିଶତ କାମ କରିବ ତାହା ଏବେ ଠୁ କହି ହେବ ନାହିଁ ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।